WarBreaking Archives - Odisha Connect

Top 10 News of the day- ଭାରତ-ପାକ ଯୁଦ୍ଧ ଭିତରେ ଓଡ଼ିଶାରେ ମଧ୍ୟ ହାଇଆଲର୍ଟ ଓ ଅଧାରୁ ବନ୍ଦ ହେଲା IPL ଯୁଦ୍ଧ ସ୍ଥିତି ଭିତରେ ବିସିସିଆଇ ନେଲା ବଡ଼ ନିଷ୍ପତ୍ତି
News-1

ପ୍ରତ୍ୟେକ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଚିଠି । ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ,ଆବଶ୍ୟକସ୍ଥଳେ ତୁରନ୍ତ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ରୁହ । ଯୁଦ୍ଧ ସ୍ଥିତିକୁ ନଜର ରଖି ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସିଭିଲ୍‌ ଡିଫେନ୍ସ ଅନୁସାରେ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ । ଅନ୍ୟପଟେ ଭାରତ-ପାକ ଯୁଦ୍ଧ ଭିତରେ ଓଡ଼ିଶାରେ ମଧ୍ୟ ହାଇଆଲର୍ଟ । ଭୁବନେଶ୍ବର ବିମାନବନ୍ଦରରେ କଡ଼ା ସୁରକ୍ଷା,ଏହା ସହ ଚାନ୍ଦିପୁରରେ ମଧ୍ୟ ହାଇଆର୍ଲଟ ।

News-2

କେନ୍ଦ୍ର ସରକାରଙ୍କ ସମୀକ୍ଷା ବୈଠକ ପରେ ଆସିଲା ବଡ ନିର୍ଦ୍ଦେଶନାମା । ସବୁ ସେନାଧିକାରୀଙ୍କ ଛୁଟି ବାତିଲ । ଯେକୌଣସି କାରଣରୁ ଛୁଟିରେ ଥିଲେ ବି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଲେ ସରକାର । ସେନାକୁ ସହଯୋଗ କରିବାକୁ ଟେରିଟୋରିଆଲ ଆର୍ମିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ । ଏହାସହ ସେନାମୁଖ୍ୟଙ୍କୁ ମିଳିଲା ପୂର୍ଣ୍ଣ କ୍ଷମତା । ସେନାରେ ପାକିସ୍ତାନ କରିଚାଲିଛି ଲଗାତାର ଗୁଳିମାଡ । ଏହାର ପାଲଟା ଜବାବ ଭାରତ ଦେଉଥିଲେ ବି ସୁଧୁରିନି ପାକିସ୍ତାନ । ଫଳରେ ସୀମାକୁ ଅଧିକ କମ୍ପାନି ସୈନ୍ୟ ପଠାଇଛି ଭାରତୀୟ ସେନା

News-3

ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦେଖି ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଆଇପିଏଲ ୨୦୨୫କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ବିସିସିଆଇ ଏବଂ ଆଇପିଏଲ ପରିଚାଳନା ସଂସ୍ଥା ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଦେଶରେ ସୃଷ୍ଟ ଅସ୍ଥିର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘୋଷଣା କରାଯାଇଛି। ଆଜିଠାରୁ କୌଣସି ମ୍ୟାଚ୍ ହେବ ନାହିଁ। ଏବେ ବିସିସିଆଇର ପ୍ରଥମ ପ୍ରାଥମିକତା ହେଉଛି ବିଦେଶୀ ଖେଳାଳିମାନଙ୍କୁ ତାଙ୍କର ଘରକୁ ପଠାଇବା। ବିସିସିଆଇ ଖୁବ୍‌ଶୀଘ୍ର ନୂତନ ତାରିଖ ଘୋଷଣା କରିବ।

News-4

ଲଗାତାର ୩–୪ ଦିନ ହେବ ଜମ୍ମୁ ଅଶାନ୍ତ ରହିଥିବା ବେଳେ ଏବେ ଜମ୍ମୁରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରିଛନ୍ତି ଓଡ଼ିଶା ସରକାର। ଜମ୍ମୁର କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ଜାରି ହେବା ପରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିଲେ ଓଡ଼ିଶା ସରକାର। ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ଏହି କଣ୍ଟ୍ରୋଲ ରୁମ୍ ଖୋଲାଯାଇଥିବା ବେଳେ ହେଲ୍ପଲାଇନ ନମ୍ବର ୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧ରେ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

News-5

୧୨ ତାରିଖ ପରେ ରାଜ୍ୟକୁ ତାତି ଫେରିବା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଉପକୂଳ ଜିଲ୍ଲାରେ ଆର୍ଦ୍ରତା ଅଧିକ ରହିବା ସହ ଦକ୍ଷିଣ ପୂର୍ବ ପବନ ବହୁଥିବାରୁ ବଢୁଛି ତାପମାତ୍ରା। ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୪୪ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶା ଭଳି ଉପକୂଳ ଓଡ଼ିଶାରେ ଅସ୍ତବ୍ୟସ୍ତ କରିବ ତାତି।

News-6

ପାକିସ୍ତାନର ୩ଟି JF-17 ଏବଂ F-16 ଯୁଦ୍ଧ ବିମାନକୁ ଖସାଇ ଦେଇଛି ଭାରତ । ଏହା ସହିତ ପାକିସ୍ତାନ ବାୟୁସେନାର AWACS ବିମାନକୁ ସେମାନଙ୍କ ନିଜ ପଞ୍ଜାବ ପ୍ରଦେଶରେ ଧ୍ୱଂସ କରାଯାଇଛି । ଏହି ବିମାନଟି ପାକିସ୍ତାନ ସୀମା ଭିତରେ ପଡିଥିବା କୁହାଯାଉଛି । ଏହା ବ୍ୟତୀତ , ସେନାର ବାୟୁ ପ୍ରତିରକ୍ଷା ୟୁନିୀଟ୍ ମଧ୍ୟ ସୀମାରେ ଡ୍ରୋନ୍ ଆକ୍ରମଣର ଜବାବ ଦେଇଥିଲେ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ଗୁରୁବାର ଜମ୍ମୁର ଏକ ଏୟାରଷ୍ଟ୍ରିପ ଉପରେ ରକେଟ୍ ମାଡ଼ କରିଛି ।

News-7

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ପାକିସ୍ତାନ ଦ୍ୱାରା କରାଯାଉଥିବା ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣର ଉପଯୁକ୍ତ ଜବାବ ଦେଉଛି ଭାରତୀୟ ସେନା । ସୂଚନା ଅନୁଯାୟୀ, ଭାରତ, ପାକିସ୍ତାନର ରାଜଧାନୀ ଇସଲାମବାଦରେ ମିସାଇଲ ଆଟାକ କରିଛି । ଯେଉଁ ସ୍ଥାନରେ ଏହି ଆଟାକ ହୋଇଛି ତାହା ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ଘରଠାରୁ ମାତ୍ର 20 କିଲୋମିଟର ଦୂର ହୋଇଥିବା ଖବର ଆସିଛି ।

News-8

ଭାରତ-ପାକିସ୍ତାନ ଆକ୍ରମଣ ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସିମ ମୁନିରଙ୍କୁ ଅଟକ ରଖାଯାଇଛି ଆଉ ତାଙ୍କ ସ୍ଥାନରେ ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ କମିଟି ଜେନେରାଲ ଶାହିର ଶମଶାଦ ମିର୍ଜା ପାକିସ୍ତାନ ସେନାର ନିୟନ୍ତ୍ରଣ ନେବେ ବୋଲି ସୂଚନା ରହିଛି । ସୂତ୍ର ଅନୁସାରେ, ବର୍ତ୍ତମାନ ଜେନେରାଲ ମୁନିରଙ୍କୁ ହେପାଜତରେ ନିଆଯାଇଛି ଏବଂ ତାଙ୍କୁ ଏକ ଅଜଣା ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଅସିମ ମୁନିରଙ୍କ ଉପରେ ତାଙ୍କର ବ୍ୟକ୍ତିଗତ ଏଜେଣ୍ଡା ଅନୁସରଣ କରିବାର ଅଭିଯୋଗ ଆସିଛି ।

News-9

ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି। ଏହାରି ଭିତରେ କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଉପରେ କଡ଼ା ନଜର ରଖିଛନ୍ତି। ସରକାର ଭାରତରେ ୮୦୦ ସୋସିଆଲ ମିଡିଆ ପ୍ଲାଟଫର୍ମର ଆକାଉଣ୍ଟକୁ ବ୍ଲକ୍ କରିବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଆଦେଶରେ କୁହାଯାଇଛି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମ X କମ୍ପାନୀ ଉପରେ ସମ୍ଭାବ୍ୟ ଦଣ୍ଡ ମଧ୍ୟ ଲାଗୁ କରାଯାଇପାରେ। ଭାରତ ସରକାରଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ ଏଲୋନ ମସ୍କଙ୍କ ମାଲିକାନାରେ ଥିବା ‘X’ ଭାରତରେ ୮୦୦୦ ଆକାଉଣ୍ଟକୁ ବ୍ଲକ୍ କରିବାର ଘୋଷଣା କରିଛି

News-10

ଅପରେସନ ସିନ୍ଦୂର ଆରମ୍ଭ ହେବା ପରେ ପାକିସ୍ତାନ ଜମ୍ମୁ, ପଠାନକୋଟ ଏବଂ ଉଧମପୁର ଅଞ୍ଚଳରେ ଡ୍ରୋନ୍ ସହ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିବାକୁ ଚେଷ୍ଟା କରିଛି। ଏହାପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଉତ୍ତେଜନାକୁ ନେଇ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି, ଆମେରିକା ଯୁଦ୍ଧରେ ସାମିଲ ହେବ ନାହିଁ। ଏହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ମାମଲା। ଭାନ୍ସ ଏହା ମଧ୍ୟ କହିଛନ୍ତି ଯେ, ଆଶା କରାଯାଉଛି, କୌଣସି ପରମାଣୁ ଯୁଦ୍ଧ ହେବ ନାହିଁ।

The post Top 10 News of the day- ଭାରତ-ପାକ ଯୁଦ୍ଧ ଭିତରେ ଓଡ଼ିଶାରେ ମଧ୍ୟ ହାଇଆଲର୍ଟ ଓ ଅଧାରୁ ବନ୍ଦ ହେଲା IPL  ଯୁଦ୍ଧ ସ୍ଥିତି ଭିତରେ ବିସିସିଆଇ ନେଲା ବଡ଼ ନିଷ୍ପତ୍ତି appeared first on Odisha Connect.